ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଥମୁନି ଦୁଷ୍କର୍ମ । ହାଥରସର ହୃଦୟ ବିଦାରକ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି । ସେପଟେ ମାମଲାକୁ ନେଇ ୟୁପିରେ ରାଜନୀତି ମଧ୍ୟ ଜୋର ଧରିଛି । ତେବେ ଏହି ସମୟରେ ରବିବାର ଦିନ ପୁଣି ଦୁଇଟି ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ମୁଜାଫରନଗରରେ ଜଣେ ବ୍ୟକ୍ତି ବନ୍ଧୁକ ଦେଖାଇ ଜଣେ ମହିଳାଙ୍କୁ ଭୟଭିତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତା ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଦୁଷ୍କର୍ମକାରୀ ୨୬ ବର୍ଷୀୟ ଶ୍ରାବଣ କୁମାରଙ୍କୁ ଗିରଫ କରିଛି । ସେହିପରି ଅନ୍ୟ ଏକ ଘଟଣାରେ ଜଣେ ଅନ୍ଧ ମହିଳାଙ୍କୁ ବିବାହର ବାହାନା କରି ତାଙ୍କର ସମ୍ପର୍କୀୟ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ପୁଲିସ୍ ନିକଟରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଦୁଷ୍କର୍ମକାରୀକୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0