spot_img

ମୃତ୍ୟୁକୁ ୧୦ ଦିନ ହୋଇଯାଇଥିଲେ ମଧ୍ୟ ଶବର ଅନ୍ତିମ ସଂସ୍କାର କରୁନଥିଲେ ପରିବାର ଲୋକେ

ବରଗଡ : ବରଗଡ ଜିଲ୍ଲା ବରାଡୋଲ ପଞ୍ଚାୟତ ଡାଙ୍ଗରେ ମହେନ୍ଦ୍ର ବାଗ  ଗତ ୧୦ ଦିନ ତଳେ ଶରୀର ଅସୁସ୍ଥ କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ  ପରିବାର ଲୋକେ ତାଙ୍କ ମ୍‌ତ୍ୟୁକୁ ଗ୍ରହଣ ନକରି ସେ ବଞ୍ଚିବେ  ବୋଲି ଭାବି ନେଇଥିଲେ। ସେଥିପାଇଁ ଘର ଭିତରେ ଶବକୁ ପକାଇ ରଖିଥିଲେ। ଶବ ରଖିବାର ୧୦ ଦିନ ବିତିଯାଇଥିଲେ  ମଧ୍ୟ ପରିବାର ଲୋକେ ଶବର ଅନ୍ତିମ ସଂସ୍କାର କରୁନଥିଲେ । ବରଂ ଶବ ଉପରେ କମ୍ବଳ ଢାଙ୍କି ଘର ଭିତରେ ପକାଇ ରଖିଥିଲେ। ଶବର ପଚା ଗନ୍ଧ ବାହାରକୁ ଆସିବାରୁ ସାହି ପଡୋଶୀ ଘରକୁ ପଚାରିବାକୁ  ମଧ୍ୟ ଯାଇଥିଲେ।  କିନ୍ତୁ ପରିବାର ଲୋକେ ସାହି ପଡ଼ୋଶୀଙ୍କ କୌଣସି ପ୍ରଶ୍ନର ଉତ୍ତର ଦେଇନଥିଲେ । ଯିଏ ଯେତେ ପଚାରିଲେ ବି ମହେନ୍ଦ୍ରଙ୍କ ଝଅ କେବଳ ଗୋଟିଏ କଥା କହୁଥିଲେ ବାପା ବାହାରକୁ ଯାଇଛନ୍ତି ଫେରିଆସିବେ। ଧିରେ ଦୁର୍ଗନ୍ଧର ମାତ୍ରା ଅଧିକ ହେବାରୁ ସାହି ପଡ଼ୋଶୀ ଏକ ସାମାଜିକ ସଂଗଠନ ସଂକଳ୍ପ ପରିବାର ଅନୁଷ୍ଠାନର ସହାୟତା ଲୋଡିଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ମୃତ ମହେନ୍ଦ୍ରଙ୍କ ଘରେ ପହଞ୍ଚି ବୁଝାସୁଝା କରିଥିଲେ । କିନ୍ତୁ ସେମାନଙ୍କ କଥାକୁ  ମଧ୍ୟ ଶୁଣିନଥିଲେ ମୃତ ମହେନ୍ଦ୍ରଙ୍କ ପରିବାରା । ଶେଷରେ ସଂକଳ୍ପ ପରିବାର ପୋଲିସର ସହାୟତା ନେଇ ମହେନ୍ଦ୍ରଙ୍କର ମରଶରୀରକୁ ଦାହ କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular