ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଛତ୍ରପୁର ବଡରେଳ ଷ୍ଟେସନ ପ୍ଲାଟଫର୍ମ ନିକଟରୁ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଉପରେ ଅଜଗର ସାପଟି ବୁଲୁଥିବାର କିଛି ଲୋକ ଦେଖିଥିଲେ । ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା । ପରେ ଘଟଣା ସଂପର୍କରେ ଛତ୍ରପୁର ପୋଲିସ ଓ ବନ ବିଭାଗ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପକୁ ଉଦ୍ଧାର କରିଥିଲେ । ପରେ ସାପଟିକୁ ନେଇ ଟାମଣା ଜଙ୍ଗଲରେ ଛଡାଯାଇଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଛତ୍ରପୁରର ବହୁ ସ୍ଥାନରୁ ଅଜଗର ସାପ ଉଦ୍ଧାର ହୋଇଥିବା ନଜିର ରହିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0