ଗତ ୧୦ ଦିନରେ ୯ଥର ତେଲଦର ବଢିଛି । ଗତ କିଛି ଦିନ ହେଲା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିଚାଲିଛି । କିନ୍ତୁ ସୋମବାରଦିନ ଏହି ଦରବୃଦ୍ଧିରେ ବିରାମ ଲାଗିଛି । ଆଜି ତେଲ କମ୍ପାନିମାନେ ତେଲଦର ବୃଦ୍ଧି କରିନାହାନ୍ତି । ରବିବାରଦିନ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଟ.୮୨.୯୫ ଓ ଡିଜେଲ୍ ଟ.୭୮.୮୭ ଥିଲା । ସୋମବାରଦିନ ମଧ୍ୟ ସେହି ଦର ଅପରିବର୍ତ୍ତିତ ରହିଛି । ଗତ ୧୯ ତାରିଖଠାରୁ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୮ ପଇସା ଓ ଡିଜେଲ ୧ ଟଙ୍କା ୯୬ ପଇସା ବୃଦ୍ଧି ପାଇଛି । ମାତ୍ର ଗତ ୧୦ ଦିନରେ ୯ ଥର ବୃଦ୍ଧି ପାଇବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଗତ ୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲଦର ବୃଦ୍ଧି ଯୋଗୁଁ ଦେଶରେ ତେଲଦର ବଢିଚାଲିଛି । ଏବେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୭.୪୪ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୪୭.୪୧ ଡଲାରକୁ ବୃଦ୍ଧି ପାଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0