ସାଲେପୁର : କେନାଲ ବନ୍ଧରେ ୧୦ଫୁଟ ଘାଇ। ଏଭଲି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଶିଶୁଆ ୫ନଂ କେନାଲରେ। ଏହି ଘାଇ ସୃଷ୍ଟି ହେବା ପରେ ଚାଷୀମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ନିକଟରେ ୧୦ଫୁଟର ଘାଇ ହେବା ଫଳରେ ଶହ ଶହ ଏକର ଜମି ଏବେ ପାଣିଘେରରେ।
ଏପରିକି ସେମାନଙ୍କ ପସଲ ମଧ୍ୟ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଚାଷୀ ଧାର କରଜ କରି ଚାଷ କାମ କରିଥିବା ବେଳେ ପ୍ରଥମେ ଲଘୁଚାପ ବର୍ଷା ଓ ପରେ ପରେ ବନ୍ୟା ଜଳ ସବୁ କିଛି ଉଜାଡ଼ିଦେଇଥିଲା। ହେଲେ ଯାହା କିଛି ଧାନ ତଳି ଥିଲା ସେତକ ରୁଆ ପୋତା ପରେ ଏବେ କେନାଲ ବନ୍ଧରେ ଘାଇ ହୋଇ ସେତକବି ଚାଲି ଗଲା।
ଫଳରେ ପରିବାର ପ୍ରତିପୋଷଣ ଚାଷୀ କୂଳ ପାଇଁ କଷ୍ଟକର ହୋଇପଡିଛି। କେନାଲ ଠିକସ ସଫେଇ ସାଙ୍ଗକୁ ମରାମତି ହୋଇନଥିଲା । ଯାହା ଫଳରେ ଘାଇ ସୃଷ୍ଟି ହୋଇଥିବା ସାଧାରଣରେ ଦାବି ହୋଇଛି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0