ଭୁବନେଶ୍ୱର: ଦ୍ୱୈତନଗରୀରେ କରୋନା ଅମାନିଆଙ୍କୁ ସାବାଡ କରାଯିବ। ଭୁବନେଶ୍ୱର- କଟକରେ କରୋନା ନିୟମ ବାରମ୍ବାର ଉଲଂଘନ ପ୍ରସଙ୍ଗରେ ଏହି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍ ପରେ ଅମାନିଆଙ୍କୁ ସାବାଡ ପାଇଁ ଡିଜିପି ନିଦେ୍ର୍ଦଶ ଦେଇଛନ୍ତି । ମାର୍କେଟ ଅଞ୍ଚଳରେ ଅମାନିଆଙ୍କୁ ପାନେ ଦେବ ଏନଫୋର୍ସମେଣ୍ଟ ଟିମ୍ । ଟ୍ୱିନ୍ ସିଟି ପୁଲିସ ଅଧିକ ପିପିଇ କିଟ୍ ଗ୍ରହଣ କରି ଅଭିଯାନରେ ସାମିଲ ହେବ । ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯିବ ବୋଲି ପୁଲିସ ଡିଜି କହିଛନ୍ତି । କୋଭିଡ୍ ଏନଫୋର୍ସମେଣ୍ଟ ପାଇଁ ପ୍ରତି ଜୋନରେ ଜଣେ ଡିସିପି ନେତୃତ୍ୱ ନେବେ । ହଟ୍ସ୍ପଟ୍ ଉପରେ କଡ଼ା ନଜର ରଖାଯିବ । ଦୈତନଗରୀରେ ଅଧିକ ୫୦ ଅଫିସର , ୫ ପ୍ଲାଟୁନ ଆର୍ମଡ୍ ପୁଲିସ ରହିବେ । ଏନଫୋର୍ସମେଣ୍ଟ ଟିମକୁ ଏମାନେ ଅଧିକ କ୍ରିୟାଶୀଳ କରାଇବେ । କରୋନା ସଂକ୍ରମଣରୁ ବର୍ତ୍ତିବା ପାଇଁ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି ଡିସିପି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0