ପଟ୍ଟାମୁଣ୍ଡାଇ: ବାହାଘର ଭୋଜି ଖାଇ ୧୦୦ରୁ ଅଧିକ ବରଯାତ୍ରୀ ଅସୁସ୍ଥ। ସେମାନଙ୍କ ମଧ୍ୟରୁ ୧୦ ଜଣ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ପଟ୍ଟାମୁଣ୍ଡାଇ ମାଟିଆ ଗାଁର କୁନାଲ ମଲିକଙ୍କ ବାହାଘରରେ ଯାଇଥିବା ବରଯାତ୍ରୀମାନେ ଅସୁସ୍ଥ ହୋଇପଡିଛନ୍ତି। ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିବା ବ୍ୟକ୍ତିମାନେ ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତରଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପରେ ସମସ୍ତଙ୍କ ପରିବାର ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବିବାହ ଘରେ କଣ ଖାଇଲେ, ଯାହାଫଳରେ ଏପରି ପରସ୍ଥିତି ଉପୁଜିଲା? ଏହାକୁ ନେଇ ତନାଘନା ଜାରି ରହିଛି।



Visitors Today : 0
Total Visitors : 130432
Total Views : 9891963
Visitors Online Now : 0