spot_img

ନର୍ଲା ବନ ବିଭାଗ ଅଫିସର କାଠ ବୋଝେଇ ପିକଅପ ଭ୍ୟାନକୁ କଲେ ଜବତ , ଜଣେ ଫେରାର

ରୁପ୍ରା: ଉତ୍ତର ବନଖଣ୍ଡ ଅଧୀନ ନର୍ଲା ରେଞ୍ଜର୍ ଅଫିସର ଆଜି ଏକ ବଡ଼ କାମ କରିଛନ୍ତି । ନର୍ଲା ଫରେଷ୍ଟର ଭବାନୀ ନାଏକ ଓ ବିଶ୍ୱଜିତ ଠାକୁର, ଫରେଷ୍ଟ୍ ଗାର୍ଡ୍ ମାନସ ସାହୁ ଓ ସ୍କ୍ବାଡ୍ ଉମେଶ ମାଝୀ, ଅଜିତ କରୁଆଁ ଓ କମ୍ୱୁପାଣି ସାହୁ ପ୍ରମୁଖ ରବିବାର ପାହାନ୍ତିଆରେ ଭାନପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଡାଙ୍ଗଗୁଛା ନିକଟରେ ୭୦ଖଣ୍ଡ ସାଇଜ୍ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ (ନଂ ଓ ଆର୍ ୦୬ଏଫ୍ ୪୫୯୨)ଟି ଯାଉଥିବା ସମୟରେ ନର୍ଲା ବନ ବିଭାଗ ଅଫିସର ଗାଡ଼ିଟିକୁ ଅଟକାଇ ଦେଇଥିଲେ ।

ଏହି ସମୟରେ ଗାଡ଼ିଚାଳକ ଓ ସାଥୀ ଗାଡ଼ିକୁ ଛାଡ଼ି ଦୌଡ଼ି ପଳାଇଥିଲେ ବୋଲି ଫରେଷ୍ଟର ଭବାନୀ ନାଏକ ସୂଚନା ଦେଇଥିଲେ। ଉକ୍ତ କର୍ମଚାରୀ ଶାଳକାଠ ବୋଝେଇ ହୋଇଥିବା ପିକଅପ୍ ଭ୍ୟାନକୁ ଜବତ କରି ମ.ରାମପୁର ସ୍ଥିତ ରେଞ୍ଜ୍ ଅଫିସକୁ ନେଇଥିବା ଜଣାପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular