ପୁରୀ : ଆଉ ମାତ୍ର କେଇ ଦିନ ପରେ ଖୋଲିବ ଶ୍ରୀମନ୍ଦିର। ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବାକୁ ଏବେ ଭକ୍ତ ପୁରୀ ମୁହାଁ ହେବେ। ଏହାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ପୁରୀରେ ରହଣି ସୁହାଇଲା ଭଳି ବ୍ୟବସ୍ଥା କରିଛନ୍ତି ସରକାର। ଏଣିକି ମାତ୍ର ଶହେ ଟଙ୍କାରେ ପୁରୀରେ ରହି କାଳିଆକୁ ଦେଖିପାରିବ ଭକ୍ତ। ସାଧାରଣ ଭକ୍ତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇ ଦେବା ପାଇଁ ଭକ୍ତ ନିବାସ ନିର୍ମାଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ, ବାସେଳୀ ସାହି ଥାନା ପାଖରେ ଭକ୍ତ ନିବାସ ନିର୍ମାଣ ହେବ । ଏଠାରେ ଶହେରୁ ଦେଢ଼ ଶହ ଟଙ୍କାରେ ଭକ୍ତମାନେ ରହିପାରିବେ । ଭକ୍ତ ନିବାସ ନିର୍ମାଣ ଲାଗି ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ୩ରୁ ୪ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ଥିବା ଭକ୍ତ ନିବାସ ନିର୍ମାଣ ହେବ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0