ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତକୁ ନେଇ ବର୍ଷିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏଥର ସେ ସିଧାସଳଖ ପୁଲିସ୍ ଜିଡି ଅଭୟଙ୍କୁ ଟାର୍ଗେଟ କରିଛନ୍ତି। ପୁଲିସ୍ ଡିଜି କାହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଲେଖାଶ୍ରୀ କହିଛନ୍ତି, ଯଦି ଏସ୍ଆଇଟି ତଦନ୍ତ କରିବା ଏତେ ସହଜ ଥିଲା, ତେବେ ନୟାଗଡ ପୁଲିସ ଏଯାଏଁ କ’ଣ କରୁଥିଲା? ନୟାଗଡ ଏସପି ୫ ମାସ ପରେ ବି ମାମଲାର ସତ୍ୟତା ଜାଣିପାରିଲେ ନାହିଁ। ଏପରିକି ରେଞ୍ଜ ଡିଆଇଜି ବି କିପରି ମାମଲାକୁ ଜାଣିପାରିଲେନି ? ୫ ମାସ ଧରି ନୟାଗଡ଼ ପୁଲିସ୍ ଶିଥିଳ ପଡ଼ିଥିଲା । ପରୀର କପଡ଼ାରୁ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାଙ୍ଗେ ସାଙ୍ଗେ ଡିଏନ୍ଏ ଆନାଲିସିସ କରି ଦୁଇ ମିନିଟ ଭିତରେ ବାହାର କରିପାରିଲ, ସେହି ଜିନିଷକୁ ନୟାଗଡ଼ ଏସପି କାହିଁକି ବାହାର କରିପାରିଲେ ନାହିଁ। ତେଣୁ ସଂପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପଚାରିଛନ୍ତି ଲେଖାଶ୍ରୀ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0