ଦିନିକିଆ ନୂଆପଡା ଗସ୍ତରେ ଯାଇଛନ୍ତି ଗୃହ ରାଜ୍ୟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ବିରୋଧ କରିବା ସହ ହତ୍ୟାକାରୀ ନିହାତି ଦଣ୍ଡ ପାଇବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । ଆଇନ ତା ବାଟରେ ତଦନ୍ତ କରୁଥିବା ବେଳେ ବିନା ପ୍ରମାଣରେ ବିରୋଧୀ ମୋ ଉପରେ ଯେଉଁଭଳି ଆରୋପ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ । ସତ ଦିନେ ନା ଦିନେ ଧରା ପଡିବ । ରାୟପୁର କୁଲହୋମରେ ସମାଧାନର କଥାକୁ ଏଡେଇବା ସହ ସେଦିନ ବଙ୍ଗୋମୁଣ୍ଡାରେ ଥିଲେ, ଚାହିଁଲେ ଆଖପାଖ ପଡୋଶୀଙ୍କୁ ପଚରା ଯାଇପାରିବ । ସିସିଟିଭି ଅଛି, ଗାର୍ଡ ଅଛନ୍ତି ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିହେବ ଏବଂ ସତ ସାମ୍ମାକୁ ଆସିବ ବୋଲି ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଘଟଣା ହୋଇଥିବା ବେଳେ ସେଠାକୁ କେବେ ଯାଇ ନଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହାସହ ମା’ ମାଣିକେଶ୍ବରୀ ଓ ପ୍ରଭୁ ଜଗନ୍ନାଥ ଅଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0