spot_img

ମଙ୍ଗୁଳି ଛକରୁ ଜବତ ହେଲା ୧୦୫ କେଜି ଗଞ୍ଜେଇ

କଟକ: କଟକର ମଙ୍ଗୁଳି ଛକରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ବୌଦ୍ଧରୁ ବାଲେଶ୍ଵରକୁ ଚାଲାଣ ହେଉଥିବା ବେଳେ ୧୦୫ କେଜି ଗଞ୍ଜେଇକୁ ଜବତ କରିଛି କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗଞ୍ଜେଇ ସମତେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୋଟିଏ କାରକୁ ମଧ୍ୟ ଜବତ କରାଯାଇଛି । ସୂଚନା ଅନୁଯାୟୀ, କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ବିଶେଷ ସୁତ୍ରରୁ ଖବର ପାଇ ଆଜି ଗୁରୁବାର କଟକ ମଙ୍ଗୁଳି ଛକ ଠାରେ ଚଢାଉ କରିଥିଲା । ବୌଦ୍ଧରୁ ବାଲେଶ୍ବର ଗଞ୍ଜେଇ ଚାଲାଣ ହେଉଥିବା ସମୟରେ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାଡ ୧୦୫ କେଜି ଗଞ୍ଜେଇ ଜବତ କରିବା ସମେତ ୨ ଅଭିଯୁକ୍ତ ଓ ଗୋଟିଏ କାରକୁ ଜବତ କରିଛି । ଏହି ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ବୋଲି ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular