କୋଣାର୍କ: ଏଥର ବିନା ଶ୍ରଦ୍ଧାଳୁରେ ହେବ ଚନ୍ଦ୍ରଭାଗା ବୁଡ଼ ଉତ୍ସବ। ଶୋଭାଯାତ୍ରାରେ କେବଳ ୫୦୦ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ। କୋଭିଡ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା ବୁଡ଼ ହେବ। ଶୋଭାଯାତ୍ରାରେ ଥିବା ଶ୍ରଦ୍ଧାଳୁ ଠାକୁରଙ୍କ ସହ ବୁଡ଼ ପକାଇ ପାରିବେ। ଜିଲ୍ଲା ପ୍ରଶାସନ ସହ ବୈଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି। ସେପଟେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ଜାହାନିଆ ବେଳାଭୂମିର ସୌନ୍ଦର୍ୟ୍ୟକରଣ କାମର ସମୀକ୍ଷା କରିଛନ୍ତି ରାଜ୍ୟ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା। ଆଗାମୀ ଦିନରେ ଜାହାନିଆ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0