spot_img

ଜେସିବି ଇଞ୍ଜିନରୁ ଉଦ୍ଧାର ହେଲା ୧୧ ଫୁଟିଆ ଅଜଗର

ଗଞ୍ଜାମ: ବ୍ରହ୍ମପୁର ସହର ଉପକଣ୍ଠ ପଲ୍ଲୀ ଗୁମୁଲା ଗ୍ରାମ ନୂଆ ବନ୍ଧ ନିକଟରୁ ଦୁଇଟି ଅଜଗର ସାପ ଉଦ୍ଧାର କରାଯାଇଛି । ନୂଆ ବନ୍ଧର ସୋନ୍ଦର୍ୟ୍ୟକରଣ କାର୍ୟ୍ୟ ଚାଲିଥିବା ବେଳେ ପାଣି ବାହାର କରିବାକୁ ଜେସିବି ମେସିନଦ୍ୱାରା ନାଳ ଖୋଲା ଯାଉଥିଲା । ସେହି ସମୟରେ ଗୋଟିଏ ବଡ଼ ପାଇପ ମଧ୍ୟରୁ ଦୁଇଟି ଅଜଗର ସାପ ବାହାରକୁ ଚାଲି ଆସିଥିଲେ । ଗୋଟିଏ ୭ ଫୁଟର ଅଜଗରକୁ ଚାଳକ କୌଶଳକ୍ରମେ ଜେସିବିର ଶୁଣ୍ଢରେ ଦାବି ରଖିଥିଲେ । ଅନ୍ୟ ଅଜଗରଟି ଜେସିବିର ଇଞ୍ଜିନ ଭିତରକୁ ପଶିଯାଇଥିଲା । ଏ ସଂକ୍ରାନ୍ତରେ ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସେଠାରେ ପହଞ୍ଚିଥିଲେ । ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଅଜଗରଟିକୁ ସେମାନେ ଜେସିବି ମଧ୍ୟରୁ ବାହାର କରିବାରେ ସଫଳ ହେଇଥିଲା । ଉଦ୍ଧାର କରାଯାଇଥିବା ଦୁଇ ଅଜଗରଙ୍କୁ ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular