ଭୁବନେଶ୍ୱର: ଆଜିଠୁ ଖୋଲିଲା କଲେଜ ଓ ବିଶ୍ବବିଦ୍ୟାଳୟ। କ୍ଳାସ କରୁଛନ୍ତି ୟୁଜି ପିଜିର ଶେଷ ବର୍ଷ ଛାତ୍ରଛାତ୍ରୀ । କ୍ଳାସରୁମ୍ ସମେତ କଲେଜ ପରିସରକୁ ସାନିଟାଇଜ୍ କରାଯିବା ସହ ରାଜ୍ୟ ସରକାରଙ୍କର କରୋନା ଗାଇଡଲାଇନ୍ ଅନୁସାରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଦୁଇଟି ସେକ୍ସନରେ ଛାତ୍ରଛାତ୍ରୀ ମାନେ କ୍ଳାସ କରୁଛନ୍ତି । ଦୁଇ ସେକ୍ସନ ମଧ୍ୟରେ ଅଧଘଣ୍ଟାର ବ୍ୟବଧାନ ରଖାଯାଇଛି। ଗୋଟିଏ ବେଞ୍ଚରେ ସର୍ବାଧିକ ଦୁଇ ଜଣ ବସିବା ନେଇ କଲେଜ ଅଧ୍ୟକ୍ଷ କହିଛନ୍ତି।
ସେହିପରି ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁଯାୟୀ, ନିୟମିତ ଭାବେ ପାଠପଢ଼ା ଅନୁଷ୍ଠିତ ହେବ। ଯେତେଦୂର ସମ୍ଭବ, କ୍ଲାସରୁମ୍ ପାଠପଢ଼ାର ରେକର୍ଡିଂ କରାଯାଇ ତାହାକୁ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଛି। ଶ୍ରେଣୀଗୃହରେ ସାମାଜିକ ଦୂରତା ରକ୍ଷା ସହ ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କ କ୍ୟାମ୍ପସ ପ୍ରବେଶ ସମୟରେ ଥର୍ମାଲ ସ୍କ୍ରିନିଂକୁ ବାଧ୍ୟତାମୂଳକ କରାଯାଇଛି। କ୍ଲାସରୁମ୍, ଲାଇବ୍ରେରି, ଲାବରୋଟାରି ଆଦି ସ୍ଥାନରେ ୬ ଫୁଟ୍ ସାମାଜିକ ଦୂରତା ରକ୍ଷା, ଯଦି ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ରୁହନ୍ତି, ତେବେ ବ୍ୟାଚ୍ ଅନୁଯାୟୀ ବିଭକ୍ତ କରିବାକୁ କୁହାଯାଇଛି।
କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲାଗୁ ହୋଇଛି। କାଶ-ଛିଙ୍କ ସମୟରେ ପାଟି ଓ ନାକ ଯେପରି ରୁମାଲ ଦ୍ୱାରା ଆବଦ୍ଧ ରୁହେ, ସେଥିପ୍ରତି ଗୁରୁତ୍ୱ ଦେବାକୁ କୁହାଯାଇଛି। ସ୍ୱାସ୍ଥ୍ୟ ଖରାପ ଥିଲେ କିମ୍ବା ଅସୁସ୍ଥ ଅନୁଭବ କରୁଥିଲେ, ନିଜକୁ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0