spot_img

ଭୁବନେଶ୍ୱରରୁ ୧୧୧ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରୁ ୬୨ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୯ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଆହୁରି ମଧ୍ୟ ୨୯ଜଣ ଆରୋଗ୍ୟ ଲାଭ କରିଥିବା ସୂଚନା ମିଳିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରିଛନ୍ତି ।

ଆଇଗିଣିଆ ଆଳୁଗଦିରୁ ୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପାରି ଡ଼ୁମଡ଼ୁମା ନୂଆ ସାହିରୁ ୫, ନୀଳାଦ୍ରି ବିହାରରୁ ୪, ରସୁଲଗଡ଼ ଜିଜିପି କଲୋନୀରୁ ୩ , ଡ଼ୁମଡ଼ୁମା ଫେଜ୍ ୩ରୁ ୩, ଆଇଆରସି ଭିଲେଜରୁ ୬ , ନୂଆପଲ୍ଲିରୁ ୨ , ମୈତ୍ରୀବିହାରରୁ ୨ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ବିଏମସି ଅଞ୍ଚଳରୁ ୧୮୨୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ସେଥିମଧ୍ୟରୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏବେ ୯୫୨ ଜଣ ବିଭିନ୍ନ କୋଭିଡ଼ ଅସ୍ପିଟାଲରେ ଚିକିତ୍ସା  ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular