spot_img

କଟକରେ ଆଜି ୩୫ କରୋନା ପଜିଟିଭ ଚିହ୍ନଟ

କଟକ: ଆଜି ନୂଆ ୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣ ସରକାରୀ କ୍ୱାରେନଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୬ ଜଣ ହୋମ୍ କ୍ୱାରେଣ୍ଟିଟରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ୩ଜଣ ପଜିଟିଭ ଲୋକାଲ୍ କେସ୍ ରହିଥିବା ନେଇ କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ରାଉସାପାଟଣାରୁ ସର୍ବାଧିକ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଏସସିବି ଆଇସୋଲେସନ ୱାର୍ଡରୁ ୩ ମହିଳା କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟ ଆକ୍ରାନ୍ତଙ୍କ ମଧ୍ୟରେ କାଳୀଗଳିରୁ ୩ଜଣ, ବାଲୁବଜାରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular