spot_img

ରାଜ୍ୟଧାନୀରୁ ଆଉ ୧୧୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ଗୁରୁବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୧୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୭୨ରେ ପହଁଚିଛି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୭୧ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୪୭ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଏପରିକି ସ୍ୱାସ୍ଥ୍ୟ ବିଭାଗର ୧୦ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ରିଜିର୍ଭ ପୁଲିସ କଲୋନିରୁ ୭, ନୟାପଲ୍ଲୀ ନୂଆସାହିରୁ ୬, ବଡଗଡ଼ରୁ ୫, ସୂର୍ଯନଗରରୁ ୪,ୟୁନିଟ-୧ରୁ ୩ ଜଣ ପୁଲିସ କର୍ମଚାରୀ, ବମିଖାଲରୁ ୩ ଓ ଭରତପୁରରୁ ୩ ଲୋକାଲ କଣ୍ଟା କେସ୍ ଚିହ୍ନଟ ହୋଇଛି । ଆଜି ୯୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଯୋଗ୍ୟ, ରାଜଧାନୀରେ ଏବେସୁଦ୍ଧା ୩୪୭୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୫୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ଜଣ ପ୍ରାଣ ହରାଇଥିବା ବେଳେ ୧୩୦୧ଟି ସକ୍ରିୟ କେସ୍ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular