spot_img

କରୋନା ଭୟରେ ଶବକୁ ମିଳିଲାନି କାନ୍ଧ

କୋଣାର୍କ: କରୋନା ଭୟରେ ଶବକୁ ମିଳିଲାନି କାନ୍ଧ । ଆତ୍ମୀୟମାନେ କରୋନା ଭୟରେ ପାଖ ମାଡ଼ିବାକୁ ପ୍ରସ୍ତୁତ ନଥିଲେ । ଶେଷରେ ଟ୍ରଲିରେ ବୁହା ହେଲା ମୃତଦେହ । ଏଭଳି ଦୁଃଖଦ ଘଟଣା ସାମ୍ନକୁ ଆସିଛି କୋଣାର୍କର ମାଙ୍କଡ଼ଗୋରଡ଼ି ଗାଁରୁ ।
ସୂଚନା ମୁତାବକ , ଉକ୍ତ ଗାଁର ସନାତନ ରାଉତଙ୍କ ପୁତ୍ର ସାଧୁଆଙ୍କର ମୃତ୍ୟୁ ଘଟିଛି । ଦେହ ଖରାପ ଥିବାରୁ ତାଙ୍କୁ ପୂର୍ବରୁ ଗୋପ ସ୍ୱାସ୍ଥ୍ୟ କେନ୍ଦ୍ରଙ୍କୁ ନିଆଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ କରୋନା ଭୟରେ ଗାଁର ଲୋକମାନେ ଶବକୁ କାନ୍ଧ ଦେଇ ନଥିଲେ । ଶେଷରେ କୋଣାର୍କ ଏନଏସିର ଦୁଇ କର୍ମଚାରୀ ଓ ଦୁଇ ଜଣ ସମ୍ପର୍କୀୟ ପପିଇ କିଟ୍ ପିନ୍ଧି ଟ୍ରଲିରେ ମୃତଦେହକୁ ଶ୍ମଶାନକୁ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular