spot_img

ଚୀନ ସେନା କବଳରେ ୫ ଭାରତୀୟ!

ଅରୁଣାଚଳ ପ୍ରଦେଶ : ଭାରତ ଓ ଚୀନ ମଧ୍ୟରେ ବହୁ ଦିନ ହେବ ସୀମା ବିବାଦ ଲାଗି ରହିଛି । ଏହା ମଧ୍ୟରେ ଅରୁଣାଚଳ ପ୍ରଦେଶରୁ ୫ଜଣଙ୍କୁ ଚୀନ ସେନା ଅପହରଣ କରିନେଇଥିବା ଖବର ସାମ୍ନାକୁ ଆସିଛି । ଚୀନ ସେନା ବର୍ଡ଼ରରୁ ୫ଜଣ ଭାରତୀୟଙ୍କୁ ଅପହରଣ କରିନେଇଥିବା ନେଇ ଅରୁଣାଚଳ ପ୍ରଦେଶର କଂଗ୍ରେସ ବିଧାୟକ ନିନାଁଙ୍ଗ ଏରିଂଗ ଦାବି କରିଛନ୍ତି । ଏହି ଲୋକମାନେ ଅରୁଣାଚଳ ପ୍ରଦେଶର ସୁବନସିରୀ ଜିଲ୍ଲାର ବାସିନ୍ଦା । କିଛି ମାସ ପୂର୍ବରୁ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଥିଲା । ଚୀନ ସେନାର ଏହାର ଜବାବ ଦେବା ନିହାତି ଦରକାର ବୋଲି ନିନାଁଙ୍ଗ ଏରିଂଗ ପ୍ରଧାନମନ୍ତ୍ରୀଙ୍କୁ ଟ୍ୱିଟ କରି ଜଣାଇଛନ୍ତି ।
ଏହାସହିତ କଂଗ୍ରେସ ବିଧାୟକ ଟ୍ୱିଟରେ ଯୋଡ଼ିଥିବା ୨ଟି ସ୍କ୍ରିନଶଟରେ ଉକ୍ତ ୫ ଜଣଙ୍କ ନାମ ରହିଛି । ସରକାର ଚୀନ ଉପରେ ଦୃଢ କାର୍ଯାନୁଷ୍ଠାନ ନେବା ଦରକାର । ଏହାସହିତ ଚୀନର ବିସ୍ତାରବାଦୀ ନୀତିକୁ ଯାଞ୍ଚ କରିବା ନିହାତି ଆବଶ୍ୟକ ବୋଲି ନିନାଁଙ୍ଗ ଏରିଂଗ ଇଣ୍ଡିଆ ଟୁଡ଼େକୁ କହିଛନ୍ତି । ଲଦାଖ ଓ ଡ଼ୋକଲାମ ପରି ଚୀନ ଅରୁଣାଚଳରେ ଅନୁପ୍ରବେଶ ଆରମ୍ଭ କରିଦେଇଛି । ଉଲ୍ଲେଖଯୋଗ୍ୟ, ଲୋକମାନେ ମାଛ ଧରିବା ପାଇଁ ଯାଇଥିବା ସମୟରେ ଚୀନ ସେନା ସେମାନଙ୍କୁ ଅପହରଣ କରିନେଇଥିଲା । ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହି ଘଟଣା ଦ୍ୱିତୀୟ ଥର ପାଇଁ ଘଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular