ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସାମ୍ନା କରୁଥିବା ଜାମ୍ମୁ କାଶ୍ମୀରର ଉଦ୍ୟୋଗଗୁଡ଼ିକ ପାଇଁ ଉପରାଜ୍ୟପାଳ ମନୋଜ ସିହ୍ନା ୧,୩୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଆତ୍ମନିର୍ଭର ଭାରତ ଓ ଜାମ୍ମୁ କାଶ୍ମୀର ପ୍ରଶାସନ ଦ୍ୱାରା କରାଯାଇଥିବା ଅତିରିକ୍ତ ଉପାୟ । ଖବର ସଂସ୍ଥା ଏଏନଆଇ ଅନୁସାରେ, ଉପରାଜ୍ୟପାଳ କହିଛନ୍ତି କି ବିନା କୌଣସି ସର୍ତ୍ତରେ ବ୍ୟବସାୟିକ ସଂସ୍ଥା ସହ ଜଡ଼ିତ ସମସ୍ତ ଋଣଧାରୀଙ୍କୁ ୫ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସୁବିଧା ଛଅ ମାସ ପାଇଁ ମିଳିବ । ଏହାଦ୍ୱାରା ବ୍ୟବସାୟୀଙ୍କ ଉପରେ ଚାପ କମ୍ ରହିବ ।
ଏକ ବର୍ଷ ପାଇଁ ବିଜୁଳି ଓ ପାଣି ବିଲରେ ୫୦ ପ୍ରତିଶତ ଛାଡ଼ କରାଯିବ । ଏଥି ସହ ସମସ୍ତ ଉଧାର ନେଉଥିବା ବ୍ୟକ୍ତିଙ୍କୁ ୨୦୨୧ ଯାଏ ଁ ଷ୍ଟାମ୍ପ ଡ୍ୟୁଟିରେ ରିହାତି ଦିଆଯାଇଛି । ଭଲ ମୂଲ୍ୟ ପରିଶୋଧ ବିକଳ୍ପ ସହ ପର୍ଯ୍ୟଟନ କ୍ଷେତ୍ରର ଲୋକଙ୍କୁ ବିତ୍ତୀୟ ସହାୟତା ଦେବା ପାଇଁ ଜାମ୍ମୁ କାଶ୍ମୀର ବ୍ୟାଙ୍କ ଦ୍ୱାରା ସ୍ୱାସ୍ଥ୍୍ୟ – ପର୍ଯ୍ୟଟନ ସ୍କିମ ସ୍ଥାପନ କରାଯିବ । ଜାମ୍ମୁ –କାଶ୍ମୀରର ଉପରାଜ୍ୟପାଳଙ୍କ କହିବାନୁସାରେ କ୍ରେଡିଟ କାର୍ଡ ସ୍କିମରେ ହସ୍ତଶିଳ୍ପ ଉଦ୍ୟୋଗରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସର୍ବାଧିକ ସୀମା ଏକ ଲକ୍ଷରୁ ବଢ଼ାଇ ଦୁଇ ଲକ୍ଷ ଟଙ୍କା କରିଦିଆଯାଇଛି । ଏହା ସହ ସେମାନଙ୍କୁ ପାଞ୍ଚ ପ୍ରତିଶତ ଆର୍ଥିକ ସହାୟତା ମଧ୍ୟ ଦିଆଯିବ । ଅକ୍ଟୋବର ପହିଲାରୁ ଜାମ୍ମୁ-କାଶ୍ମୀର ବ୍ୟାଙ୍କ ଯୁବଗୋଷ୍ଠୀ ଓ ମହିଳା ଉଦ୍ୟମୀଙ୍କ ପାଇଁ ବିଶେଷ ଡେସ୍କ ମଧ୍ୟ ଆରମ୍ଭ କରିବ । ଏଥିରେ ସେମାନଙ୍କୁ ପରାମର୍ଶ ମଧ୍ୟ ଦିଆଯିବ । ଏହି ସ୍କିମରେ ପ୍ରାୟ ୯୫୦ କୋଟି ଖର୍ଚ୍ଚ ହେବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0