spot_img

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୧୩୭ କରୋନା ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୩୭ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ୱରରୁ ଆଉ ୧୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ୍ ପଜିଟିଭ୍ ସଂଖ୍ୟା ୩୩୫୪ରେ ପହଁଚିଛି । ସଂକ୍ରମିତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୨୪ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ସେହିପରି ୧୧୮ ଜଣ ଆରୋଗ୍ୟ ଲାଭ ମଧ୍ୟ କରିଛନ୍ତି । ରାଜଧାନୀରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୩୫୪ ଥିବା ବେଳେ ୧୨୭୩ ଆକ୍ଟିଭ୍ କେସ୍ ରହିଛି । ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସଂକ୍ରମିତଙ୍କ ମଧ୍ୟରେ ଭୀମପୁରରୁ ୯, ଗଙ୍ଗନଗରରୁ ବସ୍ତିରୁ ୮, ଓସିସି ବସ୍ତିରୁ ୭, ବରଗଡ଼ ୬, ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନିରୁ ୫ ଚିହ୍ନଟ ହୋଇଛି । ୟୁନିଟି-୯ରୁ ୫, ଗଙ୍ଗନଗରରୁ ୪, ସତ୍ୟନଗରରୁ ୪ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ୪ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୦୧୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୨୬୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୪୪୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୨୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୪ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।ଏବେ ସୁଦ୍ଧା ରାଜ୍ୟରେ ୫୮୫୫୦୫ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular