ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ପ୍ରତିଦିନ ନୂଆ ସଂକ୍ରମଣ କମୁଛି । ତେବେ ଆଜି ୨୪ ଘଣ୍ଟାରେ ରାଜ୍ୟରେ ୧୩୮୫କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୭୯୮ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ୫୮୭ଜଣ ସ୍ଥାନୀୟ ବାସିନ୍ଦା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୨୭୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ଆଜି ଚିହ୍ନଟ ହୋଇଥିବରା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୮୮ଜଣ, ବାଲେଶ୍ୱରରୁ ୩୬ଜଣ,ବରଗଡ଼ରୁ ୫୫, ଭଦ୍ରକ ଜିଲ୍ଲାରୁ ୩୧,ବଲାଙ୍ଗୀର ୭୭, ବୌଦ୍ଧ ୪, କଟକ ଜିଲ୍ଲାରୁ ୧୦୯ଜଣ, ଦେଓଗଡ଼ରୁ ୮ଜଣ, ଢେଙ୍କାନାଳରୁ ୩୩ଜଣ, ଗଜପତିରୁ ୩ଜଣ, ଗଞ୍ଜାମରୁ ୨୩ଜଣ, ଜଗତସିଂହପୁରରୁ ୫୦ଜଣ, ଯାଜପୁରରୁ ୨୩ଜଣ, ଝାରସୁଗୁଡ଼ାରୁ ୨୯ଜଣ, କଳାହାଣ୍ଡିରୁ ୫୦ଜଣ, କନ୍ଧମାଳରୁ ୧୧ଜଣ, କେନ୍ଦ୍ରାପଡ଼ାରୁ ୪୨ଜଣ, କେନ୍ଦୁଝରରୁ ୫୭ଜଣ, ଖୋର୍ଦ୍ଧାରୁ ୧୫୯ଜଣ, କୋରାପୁଟରୁ ୨୮ଜଣ, ମାଲକାନଗିରିରୁ ୨୩ଜଣ, ମୟୁରଭଞ୍ଜରୁ ୧୦୩ଜଣ, ନବରଙ୍ଗପୁରରୁ ୨୧ଜଣ, ନୟାଗଡ଼ରୁ ୩୨ଜଣ, ନୂଆପଡ଼ାରୁ ୮୮ଜଣ, ପୁରୀରୁ ୩୫ଜଣ, ରାୟଗଡ଼ାରୁ ୧୦ଜଣ, ସମ୍ବଲପୁରରୁ ୩୦ଜଣ, ସୋନପୁରରୁ ୫ଜଣ, ସୁନ୍ଦରଗଡ଼ରୁ ୯୧ଜଣ ରହିଛନ୍ତି ।
ତେବେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୩ ହଜାର ୭୭୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨ ଲକ୍ଷ ୮୨ହଜାର ୭୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୪୭ ଲକ୍ଷ ୮୭ହଜାର ୨୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0