ନୂଆଦିଲ୍ଲୀ: ୭୪ ତମ ସ୍ୱାଧୀନତା ଦିବସର ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ସନ୍ଧ୍ୟାରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରରେ ସେ ଦେଶବାସୀଙ୍କ ଉପଲକ୍ଷେ ଉଦବୋଧନ ଦେଇଛନ୍ତି । କରୋନା ମହାମାରୀ ସମୟରେ ଜୀବନକୁ ବିପଦରେ ପକାଇ ଦେଶବାସୀଙ୍କୁ ସେବା ଯୋଗାଉଥିବା କରୋନା ଯୋଦ୍ଧାମାନଙ୍କୁ ରାଷ୍ଟ୍ରପତି ଏହି ଅବସରରେ ପ୍ରଶଂସା କରିଛନ୍ତି । କରୋନା ଲଢେଇର ସମ୍ମୁଖ ଭାଗରେ ରହି ନିରନ୍ତର ଲଢେଇ ଜାରି ରଖିଥିବା ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ଦେଶ ଋଣୀ । ତେବେ ଦୁର୍ଭାଗ୍ୟର ବିଷୟ ମହାମାରୀରେ ସେମାନଙ୍କ ମଧ୍ୟରୁ କେତେକଙ୍କ ଜୀବନ ଚାଲିଯାଇଛି । କିନ୍ତୁ ସେମାନେ ହେଉଛନ୍ତି ଆମ ଜାତିର ଯୋଦ୍ଧା । ସେ ତାଙ୍କ ଅଭିଭାଷଣରେ ଚୀନକୁ କଡା ସମାଲୋଚନା କରିଛନ୍ତି । ରାମ ଜନ୍ମଭୂମି ବିବାଦର ସମାଧାନ ନ୍ୟାୟିକ ପ୍ରକ୍ରିୟାରେ ହୋଇଛି । ସବୁପକ୍ଷ ଏବଂ ଲୋକ ସୁପ୍ରିମ କୋର୍ଟଙ୍କ ରାୟକୁ ସମ୍ମାନର ସହ ଗ୍ରହଣ କରି ଭାରତ ଶାନ୍ତି, ପ୍ରେମ ଓ ସଂହତିର ପ୍ରତୀକ ବୋଲି ପ୍ରମାଣ ଦେଇଛନ୍ତି । କେନ୍ଦ୍ର ସରକାର ଜାତୀୟ ଶିକ୍ଷା ନୀତି ଘୋଷଣା କରିଛନ୍ତି । ଏହି ନୀତି କାର୍ଯ୍ୟକାରୀ ହେବାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିବ । ଭବିଷ୍ୟତର ସମସ୍ୟାଗୁଡିକୁ ଏହା ସୁଯୋଗରେ ପରିଣତ କରିବ । ‘ନୂଆ ଭାରତ’ ପାଇଁ ଏହା ପଥ ପ୍ରସ୍ତୁତ କରିବ ବୋଲି ରାଷ୍ଟ୍ରପତି କହିଛନ୍ତି । ମନୁଷ୍ୟ ପ୍ରକୃତିର ନିୟନ୍ତା ବୋଲି ରହିଥିବା ଭ୍ରମଧାରଣାକୁ ଅଦୃଶ୍ୟ ଭୂତାଣୁ ଭୁଲ ପ୍ରମାଣିତ କରିଛି । କରୋନା ମହାମାରୀ ବେଳେ ଭାରତ ଅନ୍ୟ ଦେଶକୁ ସାହାଯ୍ୟ କରିଛି । ଏଥିରୁ ଅନ୍ୟକୁ ସବୁ ସମୟରେ ସାହାଯ୍ୟ କରିବାକୁ ଆମ ଦେଶ ପ୍ରସ୍ତୁତ ଥିବାର ନିଦର୍ଶନ ବିଶ୍ୱକୁ ମିଳିଛି । ଭାରତ ସମଗ୍ର ବିଶ୍ୱକୁ ଏକ ପରିବାରଭାବେ ବିଚାର କରୁଥିବା ବିଷୟକୁ ସମଗ୍ର ବିଶ୍ୱ ସ୍ୱୀକୃତି ଦେଇଛି ବୋଲି କହିଛନ୍ତି ରାଷ୍ଟ୍ରପତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0