spot_img

ଐଶ୍ୱର୍ଯ୍ୟା ଓ ଆରାଧ୍ୟା ହେଲେ କରୋନା ନେଗେଟିଭ

ସୁସ୍ଥ ହେଲେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ବଚ୍ଚନ । କରୋନା ପଜିଟିଭ୍ ଚିହ୍ନଟ ହେବାର ୫ ଦିନ ପରେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କୁ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦ ଦିନ ଚିକିତ୍ସା ପରେ ଆଜି ଉଭୟଙ୍କର ନେଗେଟିଭ ରିପୋର୍ଟ ଆସିବାରୁ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି । ଅଭିଷେକ ବଚ୍ଚନ ଏହି ଖବର ଟ୍ୱିଟ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଟ୍ୱିଟରେ ସେ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି , ଆପଣମାନଙ୍କର ପ୍ରାଥନା ଏବଂ ଶୁଭକାମନା ପାଇଁ ଧନ୍ୟବାଦ । ମୁଁ ସବୁବେଳେ ଏଥିପାଇଁ ଋଣି ରହିବି । ଏବେ ଐଶ୍ୱର୍ଯ୍ୟା ଓ ଆରାଧ୍ୟା ଘରକୁ ଫେରିଥିବା ବେଳେ ଅମିତାଭ ଓ ଅଭିଷେକ ବଚ୍ଚନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନା ଅନୁଯାୟୀ, ଜୁଲାଇ ୧୧ ତାରିଖରେ ଅମିତା ବଚ୍ଚନ ଓ ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଲକ୍ଷଣ ନଥିଲେ ମଧ୍ୟ ଐଶ୍ୱର୍ଯ୍ୟା ବଚ୍ଚନ ଓ ଆରାଧ୍ୟାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା । ସେମାନେ ଘରେ ଆଇସୋଲେସନ୍ ରେ ରହିଥିଲେ । ମାତ୍ର ପରେ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular