ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟାବହ ହେବାରେ ଲାଗିଛି କରୋନା ସ୍ଥିତି । ପ୍ରତିଦିନ କରୋନାରେ ବଳି ପଡ଼ୁଛି ଅମୂଲ୍ୟ ଜୀବନ । ଆଜି ଦିନକରେ କରୋନାରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରୁ ଅନୁଗୁଳରରୁ ଜଣେ, ଭଦ୍ରକରୁ ଜଣେ, ଭୁବନେଶ୍ୱରରୁ ୩ ଜଣ , ବଲାଙ୍ଗିରରୁ ଜଣେ, କଟକରୁ ୨ ଜଣ, ଢ଼େଙ୍କାନାଳରୁ ଜଣେ, ଜଗତସିଂହପୁରରୁ ଜଣେ, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ଜଣେ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼ରୁ ୨ ଜଣ, ପୁରୀରୁ ଜଣେ , ରାୟଗଡ଼ାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୫୯ କୁ ବୃଦ୍ଧି ପାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0