ଉତ୍ତରାଖଣ୍ଡ ଚମୋଲିରେ ଗ୍ଲେସିୟର ଫାଟିବା ପରେ ପ୍ରଳୟରେ ଏବେ ଯାଏଁ ୩୬ଜଣଙ୍କ ମୃତ୍ୟୁ ହୋଇଛି। ଏବେ ବି ପ୍ରାୟ ୧୭୦ରୁ ଅଧିକ ନିଖୋଜ ଅଛନ୍ତି। ତପୋବନରେ ସାଢେ ୩ କିଲୋମିଟର ଲମ୍ବ ସୁଡ଼ଙ୍ଗରେ ଏବେ ବି ୩୫ ଜଣ ଫସି ରହିଛନ୍ତି। ଏମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବାକୁ ଦିନ ରାତି ଅପରେସନ ଜାରି ରହିଛି। ଏବେ ଯାଏଁ ୧୩୦ ମିଟର ସୁଡ଼ଙ୍ଗ ସଫା ହୋଇଛି। ୧୮୦ ମିଟର ଦୂରତାରେ ଟର୍ଣ୍ଣ ଅଛି। ଫସି ରହିଥିବା ଲୋକ ଏଠାରେ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଟର୍ଣ୍ଣ ଯୋଗୁଁ ମାଟି ଆଉ ଆଗକୁ ଯାଇପାରିନଥିବା ବୋଲି ଆଶା କରାଯାଉଛି। ଜଳ ପ୍ରଳୟ ଯୋଗୁଁ ଏନଟିପିସି ପାୱାର ପ୍ରୋଜେକ୍ଟ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0