spot_img

ପାଳଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର

କୋକସରା: କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଶିଉନି ଗାଁ ମୁଣ୍ଡରେ ଥିବା ଏକ ପାଳଗଦାରୁ ଆଜି ପାହାନ୍ତିଆରେ ଏକ ନବ ଜାତ ଶିଶୁକୁ ଉଦ୍ଧାର କରାଯାଇଥିବାର ଖବର ମିଳିଛି। ଏକ ନବଜାତ ଶିଶୁକନ୍ୟାର କାନ୍ଦ ଶୁଣି ଶୌଚ ପାଇଁ ଯାଉଥିବା କିଛି ମହିଳା ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ ପହଞ୍ଚି ଶିଶୁକୁ ଉଦ୍ଧାର କରିବା ସହ ତାକୁ ପ୍ରାଥମିକ ଚିକିତ୍ସା କରିବା ପରେ ଆମପାଣି ପୁଲିସ ଗାଡ଼ିରେ କୋକସରା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଡାକ୍ତର ଶିଶୁକନ୍ୟାର ଚିକିତ୍ସା ଆରମ୍ଭ କରିଥିବା ବେଳେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ତେବେ ଅବାଞ୍ଛିତ ଗର୍ଭ ହେଉ କିମ୍ବା ପ୍ରେମଜନିତ କାରଣରୁ ଶିଶୁକୁ କେହି ମହିଳା ପ୍ରସବ ପରେ ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଏନେଇ କୋକସରା ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular