ଭୁବନେଶ୍ୱର: ରାଜ୍ୟରେ ହୁ ହ ହୋଇ ବଢ଼ୁି ଚାଲିଛି କରୋନା ମହାମାରୀର କାୟା । ରାଜ୍ୟରେ ୨୯ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ୧୮୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୧୧୧୮ ଲୋକାଲ କେସ୍ ୭୧୫ । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୪୨ ହଜାର ୭୧୭ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୯ଜଣ, ବାଲେଶ୍ବର ଜିଲ୍ଲାରୁ ୬୯ଜଣ, ବରଗଡ଼ ଜିଲ୍ଲାରୁ ୮ଜଣ, ଭଦ୍ରକ ଜିଲ୍ଲାରୁ ୫୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୭ଜଣ, ବୌଦ୍ଧ ଜିଲ୍ଲାରୁ ୩୪ଜଣ, କଟକ ଜିଲ୍ଲାରୁ ୧୨୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୩ଜଣ, ଗଜପତି ଜିଲ୍ଲାରୁ ୩୫ଜଣ, ଗଞ୍ଜାମ ଜିଲ୍ଲାରୁ ୨୭୯ଜଣ, ଜଗତସିଂହପୁର ଜିଲ୍ଲାରୁ ୧୬ଜଣ, ଯାଜପୁର ଜିଲ୍ଲାରୁ ୬୦ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦ଜଣ, କଳାହାଣ୍ଡି ଜିଲ୍ଲାରୁ ୮୪ଜଣ, କନ୍ଧମାଳ ଜିଲ୍ଲାରୁ ୧୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୯୮ଜଣ, କୋରାପୁଟ ଜିଲ୍ଲାରୁ ୪୭ଜଣ, ମାଲକାନଗିରି ଜିଲ୍ଲାରୁ ୩୬ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧ଜଣ, ନୟାଗଡ଼ ଜିଲ୍ଲାରୁ ୬୧ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ଜିଲ୍ଲାରୁ ୬୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୫୨ଜଣ, ସମ୍ବଲପୁର ଜିଲ୍ଲାରୁ ୩୯ଜଣ, ସୋନପୁର ଜିଲ୍ଲାରୁ ୩୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୪୨୫୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୩୭୦ଟି ଆକ୍ଟିଭ କେସ ରହିଥିବା ବେଳେ୨୬୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୬୧୬୬୪୬ଟି ସାମ୍ପୁଲ ଟେଷ୍ଟ ହୋଇଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0