ବାହୁବଳୀର ଭଲ୍ଲାଲଦେବ ରାଣା ଦଗୁବଟ୍ଟିଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଖୁବ୍ ଶୀଘ୍ର ରାଣା ଓ ମିହିକା ବଜାଜ୍ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେପଟେ ତାଙ୍କ ବିବାହର ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଗଲାଣି । ରାଣା ଓ ମିହିକାଙ୍କ ସୁନ୍ଦର ଫଟୋମାନ ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି । ଅଗଷ୍ଟ ୮ ତାରିଖରେ ଦୁହେଁ ବିବାହ କରିବେ । ହଲଦୀରେ ହଳଦୀ ରଙ୍ଗର ଲେହେଙ୍ଗା ସହ କଉଡ଼ି ଅଳଙ୍କାର ପିନ୍ଧି ମିହିକା ବେଶ୍ ସୁନ୍ଦର ଦିଶୁଛନ୍ତି । ରାଣା ଦଗୁବଟ୍ଟି ମଧ୍ୟ ଦକ୍ଷିଣ ଭାରତୀୟ ପୋଷାକରେ ବେଶ୍ ସୁନ୍ଦର ଦିଶୁଛନ୍ତି ।

ତାଙ୍କ ମେହନ୍ଦୀର ଫଟୋ ମଧ୍ୟ ବେଶ୍ ସୁନ୍ଦର ହୋଇଛି । ଗୋଲାପୀ ରଙ୍ଗର ଲେହେଙ୍ଗା ସହ ମ୍ୟାଚ୍ କଲାଭଳି ପର୍ଲ ଓ କୁନ୍ଦନ ଗହଣା ପିନ୍ଧି ନଜର ଆସିଛନ୍ତି ମିହିକା । ମେ ୨୧ରେ ନିଜ ନିକଟ ସମ୍ପର୍କୀୟ ଓ ପରିବାଜନଙ୍କ ଗହଣରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା । କିଛି ଦିନ ପୂର୍ବରୁ ନିଜ ସୋସିଆଲ ମିଡ଼ିଆରେ ମିହିକା କିଛି ପ୍ରି- ୱେଡ଼ିଙ୍ଗ୍ ଫଟୋ ସେୟାର କରିଥିଲେ । । ରାଣା ଓ ମିହିକାଙ୍କ ନିର୍ବନ୍ଧର ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0