ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାୟାପିଟା ଗାଁ ନିକଟରୁ ଜବତ ହେଲା ୧୯ କିଲୋ ହାତୀ ଦାନ୍ତ । ଗତ ରାତିରେ ଆନ୍ଦପୁର ବନବିଭାଗ ଏହି ହାତୀ ଦାନ୍ତ ଜବତ କରିଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହା କେଉଁଠିକୁ ଚାଲାଣ ହେଉଥିଲା ଓ ଏହାର ଚେର କେଉଁଠିକି ଲମ୍ବିଛି ତାହାର ତଦନ୍ତ ଚଳାଇଛି ବନ ବିଭାଗ ।
ସୂଚନାଯୋଗ୍ୟ, ଏକ କାରରେ ହାତୀଦାନ୍ତ ଚାଲାଣ ହେଉଥିବା ଖବର ପାଇ ଗତକାଲି ଆନନ୍ଦପୁର ଡ଼ିଏଫଓଙ୍କ ନେତୃତ୍ୱରେ ବନ ବିଭାଗ ଟିମ ଉକ୍ତ ଗାଡ଼ିର ପିଛା କରିଥିଲା । ପ୍ରାୟ ୩ କିମି ପିଛା କରିବା ପରେ ବାୟାପିଟା ଗାଁ ନିକଟରେ ଗାଡିଟିକୁ ଅଟକାଇବାକୁ ସଫଳ ହୋଇଥିଲେ କର୍ମଚାରୀ । ଏହାପରେ ଚଢ଼ାଉ ସମୟରେ ଗାଡ଼ିରୁ ୧୯ କିଲୋ ହାତୀ ଦାନ୍ତ ଜବତ ହୋଇଛି । ଜବତ ହାତୀଦାନ୍ତର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ବନ ବିଭାଗ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0