କୋଣାର୍କ: ଦୀର୍ଘ ୬ମାସ ପରେ ଖୋଲିଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ଏଏସଆଇ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । କରୋନା ସଂକ୍ରମଣ ଯୋଗୁଁ ଲାଗୁ ହୋଇଥିବା କଟକଣାକୁ ନେଇ ସୂର୍ଯ୍ୟ ମନ୍ଦର ବନ୍ଦ ରହିଥିଲା । ମାର୍ଚ୍ଚ ୧୬ ତାରିଖରୁ ସୂର୍ଯ୍ୟ ମନ୍ଦିରକୁ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ବନ୍ଦ କରିଦିଆଯାଇଥିଲା ।

ମଙ୍ଗଳବାର ସକାଳ ୬ଟାରୁ ସୂର୍ଯ୍ୟ ମନ୍ଦର ଗେଟ ଖୋଲାଯାଇଛି । ଦିନକୁ ଅଢ଼େଇ ହଜାର ପର୍ଯ୍ୟଟକ କୋଣାର୍କ ମନ୍ଦର ପରିଦର୍ଶନ କରିବେ ବୋଲି ଅନୁମତି ମିଳିଛି । ତେବେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ଗୁରୁତ୍ୱ ଦିଆଯିବ । କିଭଳି ପର୍ଯ୍ୟଟକମାନେ ଏହାକୁ ପାଳନ କରିବେ ତା ଉପରେ ବିଶେଷ ଧ୍ୟନ ଦିଆଯିବ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0