ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପାଇଁ ଟଙ୍କା ସଂଗ୍ରହ ଜୋରଦାର ଚାଲିଛି । ରାମ ମନ୍ଦିର ନିର୍ମାଣ ପାଇଁ ଟଙ୍କା ସଂଗ୍ରହ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ ସମଗ୍ର ଦେଶରେ ଅଭିଯାନ କରିଥିଲା। ମନ୍ଦିର ନିର୍ମାଣ ପାଇଁ ଗଠିତ ଟ୍ରଷ୍ଟ ପାଖରେ ୧୯୦୦ କୋଟି ଟଙ୍କା ପହଞ୍ଚି ସାରିଥିବା କୋଷାଧ୍ୟକ୍ଷ ଗୋବିନ୍ଦ ଦେବଗିରି ସୂଚନା ଦେଇଛନ୍ତି।ଜାନୁଆରୀ ୧୫ରୁ ଭିଏଚପି ସମଗ୍ର ଦେଶରେ ରାମ ମନ୍ଦିର ନିର୍ମାଣ ପାଇଁ ଚାନ୍ଦା ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ରାଜନେତାଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଓ ସାଧାରଣ ଲୋକ ନିଜ ଇଚ୍ଛାରେ ଅର୍ଥଦାନ କରିଥିଲେ। ଏସବୁକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଟ୍ରଷ୍ଟ ପାଖରେ ମନ୍ଦିର ନିର୍ମାଣ ପାଇଁ ୧୯୦୦ କୋଟି ଟଙ୍କା ଗଚ୍ଛିତ ହୋଇ ରହିସାରିଲାଣି।



Visitors Today : 2
Total Visitors : 130432
Total Views : 9891963
Visitors Online Now : 0