spot_img

ଅପହରଣକାରୀଙ୍କ କବଜାରୁ ତାପସ ଉଦ୍ଧାର

ସୋର: ପଣବନ୍ଦୀରୁ ମୁକୁଳିଲେ ତାପସ । ପଶ୍ଚିମବଙ୍ଗର ୨୪ ପ୍ରଗଣାର ଏକ ବସ୍ତିରୁ ତାପସଙ୍କୁ ଉଦ୍ଧାର କରାଯାଇଛି । ସୋର ପୋଲିସ ଓ କୋଲକାତା ପୋଲିସ ମିଳିତ ଭାବେ ତାପସ ମହାନ୍ତିଙ୍କୁ ଉଦ୍ଧାର କରାଯାଇଛି । ତାପସଙ୍କୁ ୪ ଲକ୍ଷ ଟଙ୍କା ପାଇଁ ଦୁର୍ବୃତ୍ତ ପଣବନ୍ଦୀ କରିଥିଲେ । ତାପସଙ୍କୁ ବନ୍ଧୁକ ସହ ମାରଣାସ୍ତ୍ର ଦେଖାଇ ଗୋଡ଼ ହାତ ବାନ୍ଧି ରଖିଥିଲେ ଦୁର୍ବୃତ୍ତ । ଏନେଇ ତାପସଙ୍କ ସ୍ତ୍ରୀଙ୍କୁ ଅପହରଣକାରୀ ଏକ ଧମକପୂର୍ଣ୍ଣ ଭିଡିଓ ମଙ୍ଗଳବାର ପଠାଇଥିଲେ । ଏନେଇ ତାପସଙ୍କ ସ୍ତ୍ରୀ ସୋର ପୋଲିସର ଦ୍ୱାରସ୍ତ ହୋଇଥିଲେ । ଦୁର୍ବୃତ୍ତଙ୍କ ଆକାଉଣ୍ଟକୁ ତାପସଙ୍କ ସ୍ତ୍ରୀ ୫୦ ହଜାର ଟଙ୍କା ମଧ୍ୟ ପଠାଇଥିଲେ । ବଳକା ୩ ଲକ୍ଷ ୫୦ ଟଙ୍କା ପଠାଇଲେ ତାପସଙ୍କୁ ଛାଡ଼ିବେ ବୋଲି ଅପହରଣକାରୀ କହିଥିଲେ । ଅଭିଯୋଗ ପରେ ସୋର ପୋଲିସର ଏକ ସ୍ୱତନ୍ତ୍ର ଟିମ କୋଲକାତା ଯାଇଥିଲା । ସ୍ଥାନୀୟ ପୋଲିସ ସହାୟତାରେ ୨୪ ପ୍ରଗଣାର ଏକ ବସ୍ତିରୁ ତାପସଙ୍କୁ ଉଦ୍ଧାର କରାଯାଇଛି । ସୋର ପୋଲିସ ଅନୁସାରେ, ତାପସଙ୍କୁ ସ୍ଥାନୀୟ ଥାନା ନେବା ପରେ ବାଲେଶ୍ୱର ଅଣାଯିବ । ତେବେ, କିଏ ତାପସଙ୍କୁ ଅପହରଣ କରି ନେଇଥିଲା ତାହା ଜଣାପଡ଼ିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular