ସୁନ୍ଦରଗଡ: ବନ୍ଧୁକ ମୁନରେ ସୁନ୍ଦରଗଡ ପେଟ୍ରୋଲ ପମ୍ପରୁ ଲୁଟ୍ । ତେଲ ପକାଇବାକୁ ଆସି ଲୁଟି ନେଲେ ୧ ଲକ୍ଷ ୩୦ ହଜାର ଟଙ୍କା । ୭ ଟି ମୋବାଇଲ୍ ସହ ସିସିଟିଭି ହାର୍ଡ ଡିସ୍କ । ସୁନ୍ଦରଗଡ ଜିଲ୍ଲା ଭଷ୍ମା ଥାନା ଦରଲିପାଲି ଠାରେ ଏକ ପେଟ୍ରୋଲ ପମ୍ପରେ ହୋଇଛି ଏପରି ଲୁଟ୍ । ତେଲ ପକାଇବାକୁ ପେଟ୍ରୋଲ ପମ୍ପକୁ ଦୁଇଟି ବାଇକରେ ଆସିଥିଲେ ୫ ଜଣ । ୧୧ ଶହ ଟଙ୍କାର ତେଲ ପକାଇବା ପରେ ଟଙ୍କା ମାଗିବାରୁ ବନ୍ଧୁକ ଦେଖାଇ ଲୁଟ କରି ଚାଲି ଯାଇଥିଲେ ଦୁର୍ବୃତ୍ତ।ପେଟ୍ରୋଲ ପମ୍ପରେ ଥିବା ସମସ୍ତ ଷ୍ଟାଫଙ୍କର ୭ଟି ମୋବାଇଲକୁ ନେଇ ଯାଇଥିଲେ । ଯିବା ସମୟରେ ପେଟ୍ରୋଲ ପମ୍ପରେ ଥିବା ସିସିଟିଭି କ୍ୟାମେରାର ହାର୍ଡ ଡିସ୍କକୁ ମଧ୍ୟ ଦୁର୍ବୃତ୍ତ ନେଇ ଫେରାର ହୋଇଯାଇଛନ୍ତି । ଦୁଇଟି ବାଇକରେ ମୋଟ୍ ୫ ଜଣ ଆସି ଏପରି ଲୁଟ୍ କରିଥିବା ସୂଚନା ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0