ଝାରସୁଗୁଡା : ବାରହା ଶିକାର ପାଇଁ ବାହାରିଥିବା ଦୁଇ ଯୁବକଙ୍କୁ ନିଜ କବଜାକୁ ଆଣିଲା ବଡମାଲ ପୋଲିସ । ଦୁଇ ଜଣ ଯୁବକ ଗୋଟିଏ ବୋଲେରୋରେ ଯାଉଥିବା ବେଳେ ପାଟ୍ରୋଲିଂ କରୁଥିବା ପୋଲିସ ଅଧିକାରୀ ସନ୍ଦେହରେ ଗାଡିକୁ ଅଟକାଇଥିଲେ । ଗାଡି ଅଟକାଇବା ପରେ ସେଥିରେ ଥିବା ଦୁଇ ଯୁବକ ବେଦାନ୍ତ ବିସ୍ଥାପିତ କଲୋନୀର ଗଣେଶ ଓରାମ ଓ ରଞ୍ଜନ ଓରାମଙ୍କ ନିକଟରୁ ଗୋଟିଏ ବନ୍ଧୁକ, ଲୁହା ଗୁଳି, ଲୁହାରଡ଼, ଗନ୍ ପାଉଡର ସହ ବୋଲେରୋ ଗାଡିକୁ ଜବତ କରିଛି । ଉଭୟ ଯୁବକଙ୍କୁ ବଡମାଲ ପୋଲିସ ଥାନାର କେଶ ନମ୍ବର ୨୧୬ ଅନୁସାରେ ମୋକଦ୍ଦମା ରୁଜୁ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0