ବଲାଣି: ସେଲର ଶ୍ରମିକ ବିରୋଧି ନୀତି ବିରୋଧରେ ସି.ଆଇ.ଟି.ୟୁ ଶ୍ରମିକ ସଂଗଠନର ବିକ୍ଷୋଭ । ବଲାଣି ସ୍ଥିତ ଉଦ୍ୟୋଗ ତଥା ଭାରତୀୟ ଇସ୍ପାତ ପ୍ରାଧିକରଣ ସେଲ ମୁଖ୍ୟ ଫାଟକରେ ଏହି ବିକ୍ଷୋଭ କରାଯାଇଛି । ସିଟୁ ନେତା ଇନ୍ଦ୍ରମଣୀ ବେହେରାଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ହୋଇଥିଲା । ସ୍ଥାନୀୟ ସେଲ କମ୍ପାନୀର ସ୍ଥାୟୀ ଓ ଠିକା କର୍ମଚାରୀ ବଲାଣୀ ବଜାରରୁ କମ୍ପାନୀ ମୁଖ୍ୟ ଫାଟକ ପର୍ଯ୍ୟନ୍ତ ଧାରଣା ଦେଇଥିଲେ । ଶୋଭାଯାତ୍ରାରେ ଶ୍ରମିକ ସଂଗଠନର ଉପସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ । ଏହାସହ ପ୍ରମୁଖ ୫ ଦଫା ଦାବି ପତ୍ର ବଲାଣି ସେଲ ପ୍ରଶାସନିକ ଓ କର୍ମିକ ବିଭାଗର ମହାପ୍ରବନ୍ଧକ ବିଜୟ କେ.ଭିନ. ଘୋଷଙ୍କୁ ପ୍ରଦାନ କରାଯାଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0