ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଉଦଲିବେଡ଼ା ପଞ୍ଚାୟତର ଚାଲାଣଗୁଡ଼ା ଗାଁରେ ଅଜଣା ରୋଗରେ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି। ମୃତ ୨ ଶିଶୁ ହେଲେ ଚାଲାଣଗୁଡ଼ାର ଭୀମସେନ ଖୁଡୁପିଆଙ୍କ ପୁଅ ଦିଲସାନ ଖୁଡୁପିଆ ଏବଂ ମିଥୁନ ସଗରିଆଙ୍କ ପୁଅ ମୋର୍ଗାନ ସଗରିଆ। ଉଭୟ ଶିଶୁଙ୍କୁ ପ୍ରଥମେ ଜ୍ବର ହୋଇଥିଲା। ସେମାନଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲ ଓ ପରେ କୋରାପୁଟ ମେଡିକାଲ କଲେଜକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି।। ରୋଗର ପ୍ରକୃତ କାରଣ ଜଣାପଡ଼ି ନ ଥିବା ପରିବାର ଲୋକେ କହିଛନ୍ତି। ସୂଚନା ମୁତାବକ, ଗତ ତିନି ଦିନ ତଳେ ମାଥିଲି ବ୍ଲକ ସୋଡ଼ିଗୁଡ଼ା ଗ୍ରାମରେ ଅଜଣା ରୋଗରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରୀ ବିଭାଗ ମୃତ୍ୟୁର କାରଣ ଏ ପର୍ୟ୍ୟନ୍ତ ସ୍ପଷ୍ଟ କରିପାରିନି। ଗ୍ରାମବାସୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ଆହୁରି ୧୨ଜଣ ମାଥିଲି ମେଡିକାଲରେ ଚିକିତ୍ସିତ ହେଉଛନ୍ତି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0