spot_img

ଶ୍ରୀଶାନ୍ତଙ୍କ ବାସନ୍ଦ ଅବଧି ଶେଷ: ଖେଳିବାକୁ ପ୍ରସ୍ତୁତ

କୋଚି: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦୃତ ବୋଲର ଶାନ୍ତାକୁମାରନ ଶ୍ରୀଶାନ୍ତଙ୍କ ଉପରେ ବିସିସିଆଇ ଲଗାଇଥିବା ୭ ବର୍ଷର ବାସନ୍ଦ ଅବଧି ସମାପ୍ତ ହୋଇଛି । ସେ ଏବେ କ୍ରିକେଟ ଖେଳିବାକୁ ପ୍ରସ୍ତୁତ । ଉଲ୍ଲେଖଯୋଗ୍ୟ, ଆଇପିଏଲରେ ସ୍ପଟ ଫିକ୍ସିଂ କରିବା କାରଣରୁ ଶ୍ରୀଶାନ୍ତଙ୍କ ସହ ଅନ୍ୟ ୨ ଜଣ କ୍ରିକେଟରଙ୍କୁ କ୍ରିକେଟ ଖେଳିବାରୁ ବାସନ୍ଦ କରାଯାଇଥିଲା । ରବିବାର ତାଙ୍କର ୭ ବର୍ଷର ବାସନ୍ଦ ଅବଧି ଶେଷ ହୋଇଛି । ସୋମବାର ଠାରୁ ଶ୍ରୀଶାନ୍ତ ସମସ୍ତ ପ୍ରକାର କ୍ରିକେଟ ଖେଳିପାରିବେ । ‘ମୁଁ ଏବେ ସଂପୂର୍ଣ୍ଣ ମୁକ୍ତ । ଆଉ ସବୁଠୁ ବଡ଼ ଆସ୍ୱସ୍ଥିକର କଥା ହେଉଛି, ମୁଁ ଏବେ ଖେଳିବା ପାଇଁ ମଧ୍ୟ ମୁକ୍ତ । ଏହା ମୋ ପାଇଁ କେତେ ମହତ୍ୱପୂର୍ଣ୍ଣ ତାହା କେହିବୁଝି ପାରିବେ ନାହିଁ ।’ ବୋଲି ଶ୍ରୀଶାନ୍ତ ମୁକ୍ତ ହେବାପରେ ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି । ଖେଳିବାର ଅନୁମତି ମିଳିଥିଲେ ମଧ୍ୟ ଚଳିତବର୍ଷ ତାଙ୍କ ପାଇଁ ଏହା ସମ୍ଭବ ନୁହେଁ । ମହାମାରୀ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ୨୦୨୦-୨୧ ସିଜିନରେ ଘରୋଇ କ୍ରିକେଟ ଖେଳାଯିବାର ସମ୍ଭାବନା ବହୁତ କମ । ତାଙ୍କୁ ୩୭ ବର୍ଷ ହୋଇଥିବାରୁ ସେ ଏବେ ମଧ୍ୟ କ୍ରିକେଟରୁ ଆଶା ଛାଡ଼ି ନାହାନ୍ତି । ସେ ଆଗକୁ ଆହୁରି ୫ ରୁ ୬ ବର୍ଷ କ୍ରିକେଟ ଖେଳିବା ବାକି ଅଛି । ଦୀର୍ଘଦିନ ପରେ ପୁଣିଥରେ ମୋତେ ଖେଳିବାର ସୁଯୋଗ ମିଳିଛି, କିନ୍ତୁ ବତ୍ତାମାନ ପରିସ୍ଥିତିରେ କୌଣସି କ୍ରିକେଟ ମ୍ୟାଚ ହୋଇପାରିବ ନାହିଁ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular