ଦେଓଗାଁ: ପାଞ୍ଚଦିନ ଧରି ଅନୁଷ୍ଠିତ ହେଉଥିବା ବଲାଙ୍ଗୀର ଜିଲ୍ଲା ଜରାସିଂହାର ପ୍ରସିଦ୍ଧ ପାଟଖଣ୍ଡା ଯାତ୍ରାକୁ ଚଳିତ ବର୍ଷ ଦୁଇଦିନ ମଧ୍ୟରେ ସାରିବାକୁ ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି। ୨୬ ଓ ୨୭ ତାରିଖ ଦୁଇ ଦିନ ପାଟଖଣ୍ଡା ଯାତ୍ରା ଆୟୋଜନ ପାଇଁ ଅନୁମତି ମିଳିଛି। କୋଭିତ ନିୟମ ପାଳନ କରି ଯାତ୍ରା ଆୟୋଜନ କରିବାକୁ ଚୁକ୍ତି କରାଯାଇଛି।ଯାତ୍ରାରେ ନିୟୋଜିତ ହେଉଥିବା ୩୨ ଜଣ ଦେହୁରୀଙ୍କ ମଧ୍ୟରୁ ମାତ୍ର ୧୦ ଜଣଙ୍କୁ ଅନୁମତି ଦିଆଯାଇଛି। ୨୫ ତାରିଖରେ ପାଟସିନ୍ଦୂର ବରଣ, ୨୬ ଦେଝାର ଯାତ୍ରା, ବଉରା ପିଟା, ୨୭ ନିଶିଗୁଡ଼ି ପୂଜା, ଜେନାଗୁଡ଼ି ପୂଜା ଅନୁଷ୍ଠିତ ହେବ। ସେହି ରାତିରେ ପୂଜା ସମାପନ ହେବ ବୋଲି ଶ୍ରୀ ଥନାପତି ସୂଚନା ଦେଇଥିଲେ।



Visitors Today : 1
Total Visitors : 130427
Total Views : 9891958
Visitors Online Now : 0