spot_img

ଦୁଇଦିନିଆ ଗସ୍ତ କାର୍ଯ୍ୟକ୍ରମରେ ଅମିତ ଶାହ

ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ସକାଳେ ଉତ୍ତର କୋଲକାତାରେ ଥିବା ସ୍ୱାମୀ ବିବେକାନନ୍ଦଙ୍କର ପୈତୃକ ଗୃହ ଦର୍ଶନ କରିଛନ୍ତି ଶାହ । ଶାହ ଦୁଇଟି ଜିଲ୍ଲା ଗସ୍ତ କରିବା ସହ ରାଲିରେ ଉଦବୋଧନ ଦେବେ ଓ ରୋଡ୍ ସୋ’ କରିବେ। ଶାନ୍ତି ନିକେତନରେ ଥିବା ବିଶ୍ୱ ଭାରତୀ ପରିଦର୍ଶନରେ ଯିବା ସହିତ ଶାହ ଜଣେ କୃଷକ ପରିବାର ଏବଂ ଜଣେ ବାଉଲ ଗାୟକଙ୍କ ଘରେ ମଧ୍ୟାହ୍ନ ଭୋଜନ କରିବେ। ଶାହ କହିଛନ୍ତି, କେବଳ ଭାରତୀୟଙ୍କୁ ନୁହେଁ ସମଗ୍ର ବିଶ୍ୱକୁ ପ୍ରେରିତ କରୁଥିବା ସ୍ଥାନ ଦର୍ଶନ କରି ମୁଁ ଖୁବ୍ ଆନନ୍ଦିତ ହେବା ସହ ଭାଗ୍ୟବାନ ମନେକରୁଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular