ନୂଆଦିଲ୍ଲୀ: ଆଫଗାନିସ୍ତାନର କାବୁଲରେ ଥିବା ଆମେରିକାର ମୁଖ୍ୟ ଏୟାରବେସକୁ ଉପରେ ରକେଟ ମାଡ କରାଯାଇଛି । ସକାଳ ପ୍ରାୟ ୬ଟାରେ ପରଓ୍ଵାନ ପ୍ରଦେଶର ବଗ୍ରାମ ଏୟାରଫିଲ୍ଡ ଉପରେ ୫ଟି ରକେଟ୍ ମାଡ ହୋଇଥିବା ନାଟୋ ଏବଂ ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି ଆକ୍ରମଣରେ କୌଣସି ମୃତାହତ ହୋଇନଥିବା ଜଣା ପଡିଛି। ସୂଚନା ଅନୁସାରେ, ଏକ ବାହାନରେ ୧୨ଟି ରକେଟ୍ ସଜ୍ଜିତ କରି ରଖାଯାଇଥିଲା। ସେଥିରୁ ୫ଟି ରକେଟ୍ ଏୟାରବେସ୍କୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଥିଲା। ବାକି ୭ଟି ରକେଟ୍କୁ ପୋଲିସ ନିଷ୍କ୍ରିୟ କରିଛି। ଆଜି ସକାଳେ ବଗ୍ରାମ ଏୟାରଫିଲ୍ଡ ଉପରେ ଏହି ରକେଟ୍ ଆକ୍ରମଣ କରାଯାଇଥିାଲ। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ କୌଣସି ମୃତାହତ କି ଏୟାର ଫିଲ୍ଡର କୌଣସି କ୍ଷୟକ୍ଷତି ଘଟିନାହିଁ ବୋଲି ନାଟୋ ପକ୍ଷରୁ ପ୍ରକାଶ।



Visitors Today : 5
Total Visitors : 130180
Total Views : 9891630
Visitors Online Now : 0