ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକରୁ ଜଣେ ଓ ଧାମନଗର ବ୍ଲକରୁ ଜଣେ ବନ୍ୟା ପାଣିରେ ଭାସି ନିଖୋଜ ହୋଇଯାଇଥିଲେ ।
ଧାମନଗର ବ୍ଲକର ଖଡିପଦା ପଞ୍ଚାୟତର ଦକ୍ଷିଣ କୁରୁଆରେ ଶୁକ୍ରବାର ବନ୍ୟା ପାଣିରେ ସାଙ୍ଗଙ୍କ ସହ ଭାସି ଯାଇଥିଲେ ଯୁବକ । ଦୁଇ ସାଙ୍ଗଙ୍କୁ ଗଛରୁ ଉଦ୍ଧାର କରିଥିଲା ଓଡ୍ରାଫ ଓ ଅଗ୍ନିଶମ ବାହିନୀ । ନିଖୋଜ ଯୁବକଙ୍କ ନାଁ ହେମନ୍ତ ଜେନା । ଶନିବାର ଉଦ୍ଧାର ହେଲା ମୃତଦେହ । ଘଟଣାସ୍ଥଳର ୧୦ ମିଟର ଦୂରରୁ ମୃତଦେହ ମିଳିଥିବା ସୂଚନା ମିଳିଛି ।
ଭଣ୍ଡାରିପୋଖରୀ ବ୍ଲକର ସନ୍ଦୀପ ରାଉତ ବନ୍ୟା ପାଣିରେ ଭାସିଯାଇଥିଲେ । ବରହନୁଆପଡା ଗାଁରେ ୩ ସାଙ୍ଗଙ୍କ ସହ ଯିବାବେଳେ ସେ ଭାସିଯାଇଥିଲେ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ସନ୍ଦୀପ ନିଖୋଜ ଥିଲେ । ଆଜି ଏନଡିଆରଏଫ ଟିମ୍ ମୃତଦେହ ଉଦ୍ଧାର କରିଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0