spot_img

ଆଇପିଏଲ ଖେଳିବେନି ସୁରେଶ ରାଇନା

ନୂଆଦିଲ୍ଲୀ: ଗତକାଲି ଚେନ୍ନାଇ ସୁପର କିଙ୍ଗସ ଟିମର କେତେକ ସଦସ୍ୟ କରୋନା ପଜିଟିଭ୍ ଥିବା ସୂଚନା ମିଳିଥିଲା । ସିଏସକେର ଉପ ଅଧିନାୟ୍କ ସୁରେଶ ରାଇନା ନିଜ ବ୍ୟକ୍ତିଗତ କାରଣରୁ ଦୁବାଇରୁ ଭାରତ ଫେରି ଆୋସଥିବା ସୂଚନା ମିଳିଛି । ଦଳର ସିଇଓ ଏନେଇ ଏକ ଟ୍ୱିଟ୍ ରେ ସୂଚନା ଦେଇଛନ୍ତି । ସୁରେଶ ବ୍ରକ୍ତିଗତ କାରଣରୁ ଭାରତ ଫେରିଛନ୍ତି ଓ ସେ ଆଇପିଏଲ ସିଜନରେ ଖେଳି ପାରିବେନି । ଏହି ସମୟରେ ତାଙ୍କୁ ଓ ତାଙ୍କ ପରିବାରକୁ ଚେନ୍ନାଇ ସୁପର କିଙ୍ଗସ୍ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବ ବୋଲି ଦଳର ସିଇଓ କାଶୀ ବିଶ୍ୱନାଥନ କହିଛନ୍ତି ।

ସୂଚନା ମୁତାବକ ଅଗଷ୍ଟ ୧୫ରେ ସୁରେଶ ରାଇନା ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଗଷ୍ଟ ୨୧ରେ ସେ ଆଇପିଏଲ ପାଇଁ ଦୁବାଇ ଯାତ୍ରା କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular