spot_img

ମୁମ୍ବାଇ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ବଡ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ ଜଣ ପ୍ରାଣ ହରାଇଥିବାବେଳେ ୨ରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଛନ୍ତି । ଉଦ୍ଧାର କାମ ଜାରି ରହିଛି । ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅଧିକାଂଶ କରୋନା ରୋଗୀ। ସମସ୍ତ ରୋଗୀଙ୍କୁ ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।ଏକ ସପିଂ ମଲର ତୃତୀୟ ମହଲାରେ ଏହି ଡାକ୍ତରଖାନା ଥିଲା । ନିଆଁ ରାତି ପ୍ରାୟ ସାଢେ ୧୧ଟାରେ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ । ଡାକ୍ତରଖାନା ଭିତରେ ଆଉ ରୋଗୀ ଥିବା ଆଶଙ୍କାରେ ସର୍ଚ ଅପରେସନ ଜାରି ରହିଛି । ଡାକ୍ତରଖାନାରେ ୭୬ ରୋଗୀଙ୍କ ମଧ୍ୟରୁ ୭୩ ଜଣ କରୋନା ଆକ୍ରାନ୍ତ ଥିଲେ । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି, ୯୦ରୁ ଅଧିକ ପ୍ରତିଶତ ରୋଗୀଙ୍କୁ ଉଦ୍ଧାର କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular