ଆଇଗିଣିଆ : ଆଇଗିଣିଆରେ ଭାରତ ବନ୍ଦର ପ୍ରଭାବ । ଦରଦାମ ବୃଦ୍ଧି ଏବଂ ବିଭନ୍ନ ଦାବି ପ୍ରତିବାଦରେ ଆଇଗିଣିଆ ଛକରେ ସିଟୁ ଓ ଓଡ଼ିଶା ନିର୍ମାଣ ସଂଘ ତରଫରୁ ରାସ୍ତା ରୋକ କରାଯାଇଥିଲା । ସିଟୁର ସଭାପତି ପ୍ରଦୀପ ନାୟକ ଏବଂ ଓଡ଼ିଶା ନିର୍ମାଣ ସଂଘର ନେତା ବସନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏହି ରାସ୍ତା ରୋକ କରାଯାଇଛି । ସଂଘର ସମସ୍ତ କର୍ମକର୍ତ୍ତା ଆଇଗିଣିଆ ଛକ ଅବରୋଧ କରିଥିଲେ । ଅବରୋଧ ଦ୍ୱାରା ରାସ୍ତା କୋଡ଼ରେ ବହୁ ଯାନବାହନ ଅଟକି ରହିଥିଲା । ପରେ ଖଣ୍ଡଗିରି ଥାନା ଅଧିକାରୀଙ୍କ ସହ ଅନ୍ୟ ଅଧିକାରୀ ପହଂଚି ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରି ଆନ୍ଦାଳନକୁ ହଟାଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0