ଭୋପାଳ : ରାଜଧାନୀ ର ସୁଖି ସେଭାନିୟା ଅଞ୍ଚଳରେ ବଡ ଧରଣର ଦୁର୍ଘଟଣା। ଏକ ନାଳକୁ ଲାଗିଥିବା ବାଉଣ୍ଡ୍ରିର କାନ୍ଥ ଭାଙ୍ଗି ଯିବା କାରଣରୁ ୪ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏହି ପିଲାମାନେ ଦୀପାବଳୀ ପାଇଁ ଘରର ଅଗଣା ଲିପିବା ପାଇଁ ମାଟି ନେବାକୁ ଯାଇଥିଲେ। ଏହି ସମୟରେ ଏହି ଦୁର୍ଘଟଣା ହୋଇଥିଲା। ମୃତ ଶିଶୁଙ୍କ ବୟସ ସିମା ୭ ରୁ ୧୨ ବର୍ଷ ରହିଛି। ସୁଖି ସେଭାନିଆ ପାଖରେ ଥିବା ଗାଁ ବରଖେଡାରେ ଏହି ଦୁର୍ଘଟଣା ଘଟିଛି। ମାଟି ଖୋଳିବା ବେଳେ ବାଉଣ୍ଡ୍ରିର କାନ୍ଥ ଭୁଶୁଡି ଯାଇଥିଲା, ଯାହାଫଳରେ ୬ ଜଣ ପିଲା ମାଟି ଭିତରେ ଦବି ଯାଇଥିଲେ। ଏମାନଙ୍କ ଭିତରୁ ୪ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0