spot_img

ଅଷ୍ଟ୍ରେଲିଆ ଗସ୍ତରେ ଯିବେ ରୋହିତ ଶର୍ମା

ନୂଆଦିଲ୍ଳୀ: ଆସନ୍ତା ଭାରତ-ଅଷ୍ଟ୍ରେଲିଆ ଗସ୍ତରେ ଯିବେ ରୋହିତ ଶର୍ମା । ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ୨ଟି ଟେଷ୍ଟ ମ୍ୟାଚ ଖେଳିବେନି । ତେଣୁ ଭାରତୀୟ କ୍ରିକେଟ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ କରିବର୍ତ୍ତନ କରାଯାଇଛି । ସୂଚନା ଅନୁସାରେ, ଜାନୁଆରୀରେ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାକୁ ଯାଉଥିବରୁ ସେ ତାଙ୍କ ଗର୍ଭବତୀ ସ୍ତ୍ରୀ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ରହିବାକୁ ଚାହୁଁଛନ୍ତି । ଡିସେମ୍ବର ୧୭ ରୁ ୨୧ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟେଷ୍ଟ ମ୍ୟାଚ ଦିବାରାତ୍ର ଟେଷ୍ଟ ମ୍ୟାଚ ହେବ । ତେବେ ନୂଆ ଟେଷ୍ଟ ସ୍କାଡ ଅନୁଯାୟୀ, ଟେଷ୍ଟ ଦଳରେ ରୋହିତଙ୍କୁ ସାମିଲ କରାଯାଇଛି । ଅନ୍ୟପଟେ ରୋହିତଙ୍କୁ ଦିନିକିଆ ଓ ଟି-୨୦ ଦଳରେ ସାମିଲ କରାଯାଇନାହିଁ । ତେବେ ତାଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାଣେ ଟେଷ୍ଟ ଟିମରେ ନେତୃତ୍ୱ ନେବାର ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular