ଢ଼େଙ୍କାନାଳ: ପୋଖରିରେ ବୁଡ଼ିଗଲେ ନାବଳଙ୍କ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଳା ଗନ୍ଦିଁଆ ଅନ୍ତର୍ଗତ କରମୁଳା ଗାଁରେ । ଗାଁ ଗୋଡ଼ି ପୋଖରୀକୁ ଗାଧେଇବାକୁ ଯାଇଥିଲେ ଦୁଇସାଙ୍ଗ ଅନିତା ମଲ୍ଲିକ ଓ ଅଙ୍କିତା ମଲ୍ଲିକ । ଉଭୟଙ୍କ ବୟସ ୧୦ ବର୍ଷ। ଗାଧୋଉଥିବା ବେଳେ ହଠାତ ଗୋଡ଼ ଖସିଯିବାରୁ ଦୁହେଁ ଗଭୀର ପାଣି ଭିତରେ ବୁଡିଯାଇଥିଲେ। ପରେ ଗ୍ରାମବାସୀ ଓ ଅଗ୍ନିଶମ ବିଭାଗ ଦ୍ୱାରା ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ଜଣଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁ ଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟଜଣେ ନାବାଳିକା ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0