spot_img

ବନ୍ୟା ଜଳରେ ଭାସିଗଲେ ଚଣ୍ଡିଖୋଲର ଦୁଇ ଯୁବକ

ଭୁବନେଶ୍ୱର: ହୀରାକୁଦ ଜଳଭଣ୍ଡାରର ୪୬ଟି  ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ବାମ ପାର୍ଶ୍ୱରୁ ୩୧ ଟି ଓ ଦକ୍ଷିଣ ପାର୍ଶ୍ୱରୁ ୧୫ ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ତଳ ମୁଣ୍ଡରେ ବନ୍ୟା ପରିସ୍ଥିତିସୃଷ୍ଟି ହୋଇଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୭ ଲକ୍ଷ ୬୪ ହଜାର ୪ଶହ ୭୯ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ, ବର୍ତ୍ତମାନ ଜଳସ୍ତର ୬୨୭ ଦଶମିକ ୮୫ ଫୁଟ ରହିଛି । ଏହାର ପ୍ରଭାବରେ ବୁର୍ଲା ଘଣ୍ଟେଶ୍ୱରୀ ପୀଠରେ ପଶିଲା ବନ୍ୟାଜଳ । ଫଳରେ ଗତକାଲିଠାରୁ ମାଙ୍କ ମନ୍ଦିରରେ ପୂଜାର୍ଚନା ବନ୍ଦ ରହିଛି । ହୀରାକୁଦ ଜଳଭଣ୍ଡାରର ୪୬ ଟି ସ୍ୱିସଗେଟ ଖୋଲାଯିବା ଫଳରେ ବନ୍ୟାଜଳ ମନ୍ଦିରରେ ପ୍ରବେଶ କରିଛି । ପ୍ରାୟ ୬ ଫୁଟ ପାଣି ମନ୍ଦିରରେ ପ୍ରବେଶ କରିଛି।

ସେପଟେ ବନ୍ୟା ପାଣି ରେ ଭାସି ଗଲେ ଦୁଇ ଯୁବକ । କୌଣସି କାମରେ ବାହାରକୁ ଯାଇଥିବା ବେଳେ ପ୍ରଖର ବନ୍ୟାଜଳରେ ଭାସିଯାଇଛନ୍ତି । ତେବେ ଜଣକୁ ସ୍ଥାନୀୟ ଲୋକ ଉଦ୍ଧାର କରିବା ସହ ଅନ୍ୟ ଜଣେ ନିଖୋଜ ରହିଛନ୍ତି । ସେପଟେ ଚଣ୍ଡିଖୋଲ ଅଗ୍ନିସମ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ବଡ଼ଚଣା ବ୍ଲକ ମୂଷାଠିକିରି ଗ୍ରାମରେ ଏଭଳି ଅଭାବନିୟ ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular